ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ଭୁବନେଶ୍ୱର: ପରୀକ୍ଷା ଘୁ଼ଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। JEE, NEET ସହ ଅନ୍ୟ ସମସ୍ତ କମ୍ପିଟିଟିଭ୍ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ।

ବର୍ତ୍ତମାନ ସାରା ଦେଶରେ କୋଭିଡ୍ ମହାମାରୀ ଲାଗି ରହିଥିବା ବେଳେ ପରୀକ୍ଷା କରିବା ଲାଗି ସ୍ଥିତି ଅନୁକୁଳ ନଥିବା କହିଛନ୍ତି ସାଂସଦ। କୋଭିଡ୍ ଭଳି ସ୍ଥିତିରେ ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଚଳ ହୋଇନାହିଁ।

ଏହା ସହ ପରୀକ୍ଷା ସମୟରେ କେନ୍ଦ୍ର ବାହାରେ ଜନଗହଳି ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଜଣେ ଛାତ୍ର କିମ୍ବା ଅଭିଭାବକ ଏହି କରୋନା ଭାଇରସ ସଂକ୍ରମଣ କବଳରେ ଆସିଲେ ସମସ୍ତଙ୍କୁ ପାଇଁ ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି।

କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟଡାଉନ୍ ଓ ଲକଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

You might also like