• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ କେହି ଭୋକିଲା ରହିବେ ନାହିଁ। ସମସ୍ତ ଭୋକିଲାଙ୍କୁ ମିଳିବ ଖାଦ୍ୟ। ଖାଲି ଖାଦ୍ୟ ନୁହେଁ, ସେମାନେ ରୋଜଗାରକ୍ଷମ ମଧ୍ୟ ହେବେ। ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଟ୍ରଷ୍ଟ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଠନ କରାଯାଇଛି ଏହି ଅନ୍ନପୂର୍ଣ୍ଣା ଟ୍ରଷ୍ଟ । ଏକ କ୍ଷୁଧାମୁକ୍ତ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର ଲାଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରଷ୍ଟ ଗଠନ କରାଯାଇଛି।  ପାଞ୍ଚଟି ସ୍ୱେଚ୍ଛାସେବୀ ସଂଗଠନ ଓ ଭୁବନେଶ୍ୱର ରୋଟାରୀ ସହଯୋଗରେ ଏହି ଟ୍ରଷ୍ଟ ଗଠିତ ହୋଇଛି।

ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଆଜି ଲୋକାର୍ପଣ କରାଯାଇଛି। ଜୀବନ ଜୀବୀକା ପାଇଁ ସଂଘର୍ଷ କରୁଥିବା ଓ ଭୋକ ଉପାସରେ କାଳାତିପାତ କରୁଥିବା ଓଡ଼ିଶାବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ପ୍ରାରମ୍ଭିକ ଭାବେ ଏହା ଭୁବନେଶ୍ୱର ଅଞ୍ଚଳରେ କାମ କରିବ। ପରେ ଏହାକୁ ରାଜ୍ୟସ୍ତରକୁ ସଂପ୍ରସାରଣ କରାଯି॥ ଗତ ମାସେ ହେଲା ଅନ୍ନପୂର୍ଣ୍ଣ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଭୋକିଲାଙ୍କୁ ସୁଷମ ରନ୍ଧାଖାଦ୍ୟ ବଣ୍ଟାଯାଉଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ରହିଛନ୍ତି।

ଅନ୍ୟପକ୍ଷେ ଏହି ଟ୍ରଷ୍ଟ ଗଠନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି, ଯୋଜନା କରିବେ ଦୁଇଜଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଚେତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେ ବିଧାୟକ, ସାଂସଦମାନେ କ’ଣ କରି ପାରିବୁ ? ଆମ ପାଖରେ ଟଙ୍କା କାହଁ ? ଟଙ୍କା ନ ଥିଲେ ଯୋଜନା କେମିତି ସମ୍ଭବ ବୋଲି କହିଛନ୍ତି ।

ତେବେ ଯଦି ଅପରାଜିତା ଏହା କରବେ ବୋଲି କହୁଛନ୍ତି ତେବେ ଏହା ଖୁସିର କଥା ବୋଲି କହିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Mp-aparajita-inagurate-annapurna-trust
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories