ବଢ଼ୁଛି ବିବାଦ; ଡିଜିପିଙ୍କୁ ଚିଠି ଲେଖି ପାଲଟା ଅଭିଯୋଗ କଲେ ଅନୁଭବ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ବଢ଼ି ବଢ଼ି ଚାଲିଛି। ଆଜି ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ନିଜ ଲେଟର ପ୍ୟାଡରେ ପତ୍ନୀ ବର୍ଷାଙ୍କ ନାଁରେ ଚିଠି ଲେଖି ଅଭିଯୋଗ କରିଛନ୍ତି ଅନୁଭବ।

କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ଅଭିଯୋଗ ହୋଇଛି। ଏହି ବାର୍ତ୍ତାଳାପର ଅଡିଓକୁ ଯାଞ୍ଚ କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।

ଏହି ଅଡିଓରେ ବର୍ଷା ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ବାର୍ତ୍ତାଳାପ ଭାଇରାଲ ହୋଇଥିଲା। ଏହି ବାର୍ତ୍ତାଳାପର ଅଡିଓକୁ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଅନୁଭବ। ଭାଇରାଲ ଅଡିଓ ତାଙ୍କୁ ବିବ୍ରତ କରିଥିବା ସେ ତାଙ୍କ ଅଭିଯୋଗରେ ଲେଖିବା ସହିତ ଅଡିଓ ପ୍ରମାଣିତ ହେଲେ ଅନୁଭବଙ୍କୁ ସୁରକ୍ଷା ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି।

ପତ୍ନୀ ବର୍ଷାଙ୍କ ନାଁରେ ନିଜ ଲେଟର ପ୍ୟାଡରେ ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ କରିବା ସହିତ ଏହି ଷଡ଼ଯନ୍ତ୍ର ପଛରେ ନାଁ ନନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ଅନୁଭବ। ସେ ଲେଖିଛନ୍ତି, ଗତ  ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଯେଉଁ ଏକ ଜାତୀୟ ଦଳର ରାଷ୍ଟ୍ରୀୟ ଉପସଭାପତିଙ୍କୁ ସେ ପରାସ୍ତ କରିଥିଲେ ସେହି ବ୍ୟକ୍ତି ହିଁ ଷଡ଼ଯନ୍ତ୍ରକାରୀଙ୍କୁ ଆର୍ଥିକ ସାହାଯ୍ୟ ଦେବା ଏବଂ ତାଙ୍କୁ ବଦନାମ୍ କରିବା ପଛରେ ଷଡ଼ଯନ୍ତ୍ରରେ ସାମିଲ ଥାଇ ପାରନ୍ତି। ତେବେ ଅନୁଭବଙ୍କ ଅଭିଯୋଗ ଉପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ପୁଣି ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। ଗତ ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ବର୍ଷା। ତେବେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଥିଲା।

ଗତକାଲି ଏହି ମାମଲାରେ ଅନୁଭବ କଟକ SDJM କୋର୍ଟରେ ମଧ୍ୟ ହାଜର ହୋଇଥିଲେ। ଏହାର  କିଛି ଘଣ୍ଟା ନପୁରୁଣୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁଣି କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ ବର୍ଷା। ଏହି ଘଟଣାରେ ତଦନ୍ତ ଜାରି ରହିଛି।

ଗତ କିଛି ମାସ ହେଲା ବେଶ୍ ଚର୍ଚ୍ଚାରେ ରହିଛି ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ କେତେବେଳେ ଅନୁଭବ ତ କେତେବେଳେ ବର୍ଷା, ଗଣମାଧ୍ୟମ ସାମ୍ନାରେ ଦେଇଥିବା ବୟାନରୁ ସେମାନଙ୍କ ୭ବର୍ଷର ବୈବାହିକ ସଂପର୍କ ଯେ ତିକ୍ତ ତାହା ବୁଝିବାକୁ ବାକି ନାହିଁ। ତେବେ ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍ ହୋଇଛି ସେମାନଙ୍କ ଦାମ୍ପତ୍ୟ କଳି। ଏମିତିକି କଥା ସୁପ୍ରିମକୋର୍ଟ ଯାଏଁ ବି ଯାଇଛି।

You might also like