ଓଡ଼ିଶା ସରକାରଙ୍କ ପୋଲ୍‌ ଖୋଲିଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡ଼ୁଛି। ସେଠାରେ ଲୋକଙ୍କୁ ଟଙ୍କା ମଗା ଯାଉଛି। ସରକାରୀ ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା ନେଇ ନିଜ ଟ୍ୱିଟର ପେଜ୍‌ରେ ଏଭଳି ପୋଲ୍ ଖୋଲିଛନ୍ତି ନିଜେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

ଟ୍ୱିଟ୍‌ କରି ସେ ଲେଖିଛନ୍ତି, ‘କେନ୍ଦ୍ରାପଡ଼ା ମେଡିକାଲ୍‌ ବୁଲି ଚିକିତ୍ସା ବ୍ୟବସ୍ଥା ଦେଖିଥିଲି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ୍‌ର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲି। ତେବେ କିଛି ଲୋକ ଚିକିତ୍ସା ପାଇଁ ଅର୍ଥ ଦାବି କରୁଥିବା ଜାଣିବାକୁ ପାଇଲି’।

anubhav-mohanty

ଏମିତି କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ଅନୁଭବ ମହାନ୍ତି ତାଗିଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Anubhav Mohanty

ରାଜ୍ୟ ସରକାର 5Tକୁ ଗୁରୁତ୍ୱ ଦେଉଥିବାବେଳେ ଏଠାରେ କିଭଳି ଏପରି ଟଙ୍କା କାରବାର ଚାଲିଛି, କେନ୍ଦ୍ରାପଡ଼ାରେ ନିଜେ ତାର ପୋଲ୍ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି।

You might also like