କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦରେ ନୂଆ ଟ୍ୱିଷ୍ଟ୍ ଆସିଛି। ସାଂସଦଙ୍କ ଟାର୍ଗେଟ୍ରେ ଆଉ ପତ୍ନୀ ବର୍ଷା ନୁହଁନ୍ତି, ବରଂ ମାମଲାରେ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିବା ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖା ସଦସ୍ୟା ଗୀତାଶ୍ରୀ ଦାସ।
ଗତକାଲି ଦିନ ତମାମ ସୋସିଆଲ୍ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସିଧାସଳଖ ମାନବାଧିକାର ସଦସ୍ୟଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଅନୁଭବ। ଅନୁଭବଙ୍କ ଭାଷାରେ ସମ୍ମାନନୀୟ ମାନବାଧିକାର ସଦସ୍ୟ ତାଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ଏଭଳି ଠକିବେ ବୋଲି ସେ ଆଶା କରୁନଥିଲେ। ସେ ସେମାନଙ୍କୁ ସବୁଥିରେ ସହଯୋଗ କରିଥିଲେ। ମାନବାଧିକାର କର୍ମୀ କହିଥିଲେ ଆଲୋଚନା ପରେ ମିଡିଆକୁ କିଛି ଜଣାଇବେନି। ହେଲେ ମିଡିଆରେ ମନ୍ତବ୍ୟ ସହ ତାଙ୍କ ବିଷୟରେ ମିଛ ବି କହିଛନ୍ତି। ଏମିତିକି ତଥାକଥିତ HRC ସଦସ୍ୟା ବୋଲି କହୁଥିବା ଗୀତାଶ୍ରୀ ମ୍ୟାଡାମ୍ଙ୍କର ବର୍ଷା ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ଥିବାର ଅଭିଯୋଗ ବି ଆଣିଛନ୍ତି ଅନୁଭବ।
ଅନ୍ୟପକ୍ଷରେ, ଅନୁଭବଙ୍କ ଘନ ଘନ ଅଭିଯୋଗ ଓ ଆକ୍ଷେପ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇ ଗୀତାଶ୍ରୀ କହିଛନ୍ତି, ଗୁୁରୁବାର ଅନୁଭବଙ୍କ ଘରକୁ ଯାଇ ଉଭୟଙ୍କ ଭେଟିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲୁ। ଶୁକ୍ରବାର ଆଉ ଥରେ ଆଲୋଚନା ପାଇଁ ନିଜେ ଅନୁଭବ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆମେ ଯିବାକୁ ପ୍ରସ୍ତୁତ ପୂର୍ବରୁ ସେ ହିଁ ତାଙ୍କ ପ୍ରତିଶ୍ରୁତିରୁ ଓହରିଗଲେ।
ଏହି ବାଦ ବିବାଦ ଭିତରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ବି ତାଙ୍କ ବୋହୂ ପଣିଆକୁ ନେଇ ମଧ୍ୟ ଏକାଧିକ ଟ୍ୱିଟ୍ରେ ପ୍ରଶ୍ନ ଉଠାଇଛନ୍ତି ଅନୁଭବ।
ଅନୁଭବ ବର୍ଷାଙ୍କୁ ଅନରେବଲ୍ ମ୍ୟାଡାମ କହିବା ସହ ଟ୍ୱିଟ୍ କରି କହିଛନ୍ତି, ଥରଟିଏ ପାଇଁ ବି ଅନରେବଲ୍ ମ୍ୟାଡାମ ସ୍ୱାମୀ ଭାବେ ମାନି ନାହାନ୍ତି। ମାନସିକ ଭାବେ ହେଉ ବା ଶାରୀରିକ ଭାବେ ସେ ସ୍ୱାମୀ ଭାବେ ମାନି ନାହାନ୍ତି। ମୋର ଓ ତାଙ୍କର ପବ୍ଲିକ ଇମେଜ୍ ପାଇଁ ମୁଁ ୭ ବର୍ଷ ହେଲା ଚୁପ୍ ରହିଥିଲି। ତାଙ୍କ ଇମେଜକୁ ସମ୍ମାନ ଦେବା କ’ଣ ମୋର ବଡ଼ ଭୁଲ୍ ଥିଲା କି ?
ଅନୁଭବ ଆହୁରି କହିଛନ୍ତି, ‘ମ୍ୟାଡାମ୍ କେବେ ପ୍ରକୃତରେ ମୋର ପତ୍ନୀ ହୋଇପାରିଛନ୍ତି କି ? ଏହା କେବଳ ଏକ ସାମାଜିକ ବିବାହ ଥିଲା। ଆମର କେବେ ମାନସିକ କି ଶାରୀରିକ ବିବାହ ହୋଇପାରିନାହିଁ। କାରଣ ସେ କେବେ ଚାହିଁ ନାହାନ୍ତି କି କେବେ ଚେଷ୍ଟା ବି କରି ନାହାନ୍ତି।
ସେପଟେ ଟ୍ୱିଟରେ ଉତ୍ତର ରଖି ବର୍ଷା କହିଛନ୍ତି, ଭୁଲ୍ କଥା କହି କାହାକୁ ପ୍ରଭାବିତ କରିବା ଉଚିତ୍ ନୁହେଁ। ଆଇନ୍ ଉପରେ ବିଶ୍ୱାସ ରହିଛି। ଆଇନ୍ ପ୍ରମାଣରେ ବିଶ୍ୱାସ କରେ।
https://youtu.be/eGeR2-2Wtqg