ଏସ୍‌ଡିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କଲେ ଅନୁଭବ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ଆଜି ନୂଆ ମୋଡ଼ ନେଇଛି। ଏସ୍‌ଡିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କଲେ ସାଂସଦ ଅନୁଭବ ମହାନ୍ତି। ଏ ନେଇ ସେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

 ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ହେଲା ପରେ ଏପ୍ରିଲ ୫ ତାରିଖ  କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ  ଉଭୟ ବର୍ଷା ଓ ଅନୁଭବ। 

ପତ୍ନୀ ବର୍ଷା ପୂର୍ବରୁ ପାରିବାରିକ ହିଂସା ନେଇ ଏସଡିଜେଏମ କୋର୍ଟ ଯାଇଥିଲେ। ତାଙ୍କ ଉପରେ ବାରମ୍ବାର ଘରୋଇ ହିଂସା ହେଉଥିବା ନେଇ ସେ ଅଭିଯୋଗ କରିଥିଲ। ମାମଲାର ପରବର୍ତ୍ତୀ ହିଂସାକୁ ଯୋଡ଼ିବାକୁ ବି ଆବେଦନ କରିଥିଲେ। ଏସଡିଜେଏମ କୋର୍ଟ ବର୍ଷାଙ୍କ ପିଟିସନକୁ ଗ୍ରହଣ କରିଥିଲେ। ଏହାକୁ ଚାଲେଞ୍ଜ କରି ସାଂସଦ ଅନୁଭବ ମହାନ୍ତି ଜିଲ୍ଲା କୋର୍ଟକୁ ଯାଇଛନ୍ତି। 

ସୂଚନାଥାଉ କି, ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା । ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିଲେ। ହେଲେ ପତ୍ନୀ ବର୍ଷା ମାମଲାକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ  ଆବେଦନ କରିଥିଲେ।  ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏହି ମାମଲା ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

 

You might also like