ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍‌ ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏ ନେଇ ସେ ସୁପ୍ରିମକୋର୍ଟରେ ଅପିଲ୍‌ କରିପାରନ୍ତି। 

ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ ବର୍ଷା ଦାଖଲ କରିଥିବା ପିଟିସନ୍‌ର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ପଢ଼ନ୍ତୁ଼: ଘୁଞ୍ଚିଲା ବର୍ଷାଙ୍କ ପିଟିସନ୍‌ ଶୁଣାଣି

ଆହୁରି ପଢ଼ନ୍ତୁ: ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ପିଟିସନ୍‌

You might also like