ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ପିଟିସନ୍‌

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍‌ରେ ଅନୁଭବ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନ ଥିବା ନେଇ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ପିଟିସନ୍‌ରେ ଦର୍ଶାଇଛନ୍ତି।

ପିଟିସନରେ ଅନୁଭବ ଉଲ୍ଲେଖ କରିଛନ୍ତି, ‘ବାହାଘରର ପ୍ରଥମ ଦିନ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ। ମୁଁ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି।’

ଅନୁଭବ ଆହୁରି କହିଛନ୍ତି, ‘ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି। ଦିଲ୍ଲୀରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି। କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ। ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ। କିନ୍ତୁ ବର୍ଷା ସଂପର୍କ ନ ରଖି ପୁଣି ୭/୮ ମାସ ସମୟ ମାଗିଥିଲେ।’

‘ଶାଶୁ ଘରେ ନ ରହି ଅଧିକାଂଶ ସମୟ ବର୍ଷା ବାପ ଘରେ ରହୁଥିଲେ। ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁ ଘର ଖାଦ୍ୟ ପସନ୍ଦ କରୁ ନ ଥିଲେ। ଏପରିକି ସେ ଶାଶୁ ଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ବାପଘର ଯିବାକୁ ବାହାନା କରୁଥିଲେ’ ବୋଲି ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ପିଟିସନ୍‌ରେ ଅନୁଭବ ଆହୁରି ଉଲ୍ଲେଖ କରିଛନ୍ତି, ‘ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ।ବାପଘର ଲୋକଙ୍କ ଆଗରେ ବର୍ଷା ମୋତେ ଅପମାନିତ କରୁଥିଲେ। ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି।’

ବର୍ଷାଙ୍କ ସହ ରହିବାକୁ ଅନୁଭବ ଅନିଚ୍ଛା ପ୍ରକାଶ କରିଥିବା ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ୨୦୧୯ ମେ’ ୧ରୁ ଅନୁଭବ ଓ ବର୍ଷା ଅଲଗା ରହି ଆସୁଥିବା ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାଥାଉ କି, ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ କଟକ SDJM କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି।

ପିଲାଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡ଼ାଇ ଯାଆନ୍ତି। ରାତି ତମାମ ମଦ ପିଉଥିବାରୁ ଅନୁଭବ ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ବର୍ଷା ଅଭିଯୋଗ ଆଣି ଏହା କହିଥିଲେ।

ଆହୁରି ପଢ଼ନ୍ତୁ: ପିଟିସନ୍‌ରେ ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

ଆହୁରି ପଢ଼ନ୍ତୁ

You might also like