ନିଜ କଷ୍ଟ ଭୁଲି ପରିଣତ ବୟସରେ ପୁଅ ସେବାରେ ଲାଗିଛନ୍ତି ସୋମବାରୀ

ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ  ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି ।

ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ ପୁଅ ତାଙ୍କର ରୋଗରେ ପଡିଛି। ନିତ୍ୟକର୍ମ  ତ ଦୂର କଥା ଉଠି ବସି ପାରୁନାହାନ୍ତି । ତେଣୁ ବସୟର ଅପରାହ୍ଣରେ ପୁଅର ଦେଖାଶୁଣା କରୁଛନ୍ତି ବୁଢ଼ି ମାଆ ସୋମବାରୀ। ସବୁ ମମତା ଉଜାଡ଼ି ଦେଇଛନ୍ତି ତା ଉପରେ । ପିଲା ଦିନେ ଯେମିତି କୋଳେଇ କାଖେଇ ମଣିଷ କରିଥିଲେ । ଆଜି ଠିକ୍ ସେମିତି ଯତ୍ନ ନେଉଛନ୍ତି।  ପାଦରେ ଚାଲିବାକୁ ଯୁ ନ ଥିଲେ ବି କଷ୍ଟମଷ୍ଟେ ପୁଅକୁ ଖୁଆଇ ଦେବା ସହ ତାର ସେବା ଶୁଶ୍ରସା କରୁଛନ୍ତି । କାରଣ ଆଜିକୁ ୧୨ ବର୍ଷ ହେଲାଣି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ପୁଅ ଶୁକୁରା।

ସ୍ୱାମୀଙ୍କ ମୃତ୍ୟୁ ପରେ ସୋମବାରୀଙ୍କ ପାଇଁ ପୁଅ ହିଁ ଏକମାତ୍ର ସାହାରା। କିନ୍ତୁ ରୋଗ ଦାଉରୁ ସେ ଅର୍କମଣ୍ୟ। ଅର୍ଥ ନ ଥିବାରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ସେ। କିନ୍ତୁ କେବେ ମମତା ଉଣା କରି ନାହାନ୍ତି ପୁଅ ପାଇଁ।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like