ହୃଦୟ ବିଦାରକ ଘଟଣା : ଏକସଙ୍ଗେ ଜଳିଲା ମାଆ, ପୁଅଙ୍କ ଜୁଇ

ଅସୁସ୍ଥ ସଂପର୍କୀୟଙ୍କୁ ଦେଖିବାକୁ ବାଇକ୍ ଯୋଗେ ଯିବା ବେଳେ ଅଘଟଣ

  • ଅନୁଗୁଳ କଟିକଟା ଅଞ୍ଚଳରେ ହୃଦୟ ବିଦାରକ ଘଟଣା
  • ବାଇକ୍ ଦୁର୍ଘଟଣାରେ ମାଆ-ପୁଅଙ୍କ ମୃତ୍ୟୁ
  • ଅସୁସ୍ଥ ସଂପର୍କୀୟଙ୍କୁ ଦେଖିବାକୁ ଯିବା ବେଳେ ଦୁର୍ଘଟଣା
  • ଅନୁଗୁଳରୁ ରେଢ଼ାଖୋଲ ଯିବାବେଳେ ଦୁର୍ଘଟଣା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ) : ଏକାସଙ୍ଗେ ଜଳିଲା ମାଆ ପୁଅଙ୍କ ଜୁଇ । ଦୁର୍ଘଟଣାରେ ପ୍ରଥମେ ପୁଅ ଓ କିଛି ଘଣ୍ଟା ପରେ ମାଆର ମୃତ୍ୟୁ ପରେ ଏକାଠି ଜୁଇ ଜଳିଲା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କଟିକଟା ଥାନା ଧୁଢ଼ଇାପଢ଼ା ଗାଁରେ । ମୃତକ ହେଲେ ଗାଁର ଅଶୋକ ବିଶ୍ୱାଳ ଓ ତାଙ୍କ ମାଆ ବିଳାଶିନୀ ବିଶ୍ୱାଳ । ଅସୁସ୍ଥ ଥିବା ସଂପର୍କୀୟଙ୍କୁ ଦେଖିବା ପାଇଁ ଉଭୟ ବାଇକ୍ ଯୋଗେ ରେଢ଼ାଖୋଲ ଯାଉଥିବା ବେଳେ ସୁଣ୍ଢିମୁଣ୍ଡା ଛକରେ ଘଟିଥିଲା ଦୁର୍ଘଟଣା ।

ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଧକ୍କା ଦେବା ଫଳରେ ମାଆ ଓ ପୁଅ ଉଭୟ ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ରେଢାଖୋଲ ମେଡିକାଲରେ ପୁଅ ଓ ଦୁର୍ଘଟଣାଗ୍ରସ୍ତ ଅନ୍ୟ ବାଇକ୍ ଆରୋହୀର ମୃତ୍ୟୁ ଘଟିଥିବା ବେଳେ ମାଆ ବିଳାଶିନୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଉଭୟଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ପୂରା ଗାଁ । ପରେ ମହାନଦୀ କୂଳରେ ଗତକାଲି ସଂଧ୍ୟାରେ ମାଁ ପୁଅଙ୍କ ଏକା ସମୟରେ ଜୁଇ ଜଳିଥିଲା ।  

 

You might also like