ଦାଉ ସାଧୁଛି ଦାରିଦ୍ର୍ୟ ; ୭ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ଝିଅ ଶିକୁଳିରେ ବନ୍ଧା

ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଶିକୁଳିରେ ବନ୍ଧା ହୋଇଛି ଗୋଡ଼। ତଥାପି ରହିଛି ମାଆର ମମତା। ଝିଅର ମୁଣ୍ଡ କୁଣ୍ଡାଇବା ସହ ଖୁଆଇ ଦେଉଛି ମାଆଟି। ମାନସିକ ବିକୃତ ଝିଅକୁ କ୍ଷଣିଟିଏ ବି ବାହାରକୁ ଛାଡ଼ୁନି ମାଆ।

୭ ବର୍ଷ ପୂର୍ବେ ଗାଁର ରଙ୍ଗବତୀ ପୂଜାରୀଙ୍କ ଝିଅ ମାଧୁରୀଙ୍କୁ(୨୦) ଜ୍ୱର ହୋଇଥିଲା। ଚିକିତ୍ସା କରିବା ପରେ ଝିଅର ମାନସିକ ବିକୃତ ଦେଖାଦେଲା। ପରେ ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା। ଏମିତି ସ୍ଥିତିରେ ଝିଅର ରୋଗର ଚିକିତ୍ସା କରାଇପାରିଲେନି। ଆଉ ସେହି ଦିନଠାରୁ ଝିଅକୁ ଶିକୁଳିରେ ବାନ୍ଧିବା ଲାଗି ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ମାଆ ରଙ୍ଗବତୀ।

ଗରିବ ଶ୍ରେଣୀର ହୋଇଥିବାରୁ ଝିଅର ଚିକିତ୍ସା ଲାଗି ସରକାରୀ ସହାୟତା ଲାଗି  ଅନୁରୋଧ କରିଛନ୍ତି ରଙ୍ଗବତୀ । ଏନେଇ ମୁନିଗୁଡା BDOଙ୍କୁ ଯୋଗାଯୋଗ କରିବାରୁ ସେ ଏଥିଲାଗି ସହାୟତା କରିବେ ବୋଲି କହିଛନ୍ତି। ତୁରନ୍ତ ମେଡିକାଲ ଟିମ୍‌ ସହ ଆଲୋଚନା କରି ମାନସିକ ବିକୃତ ଯୁବତୀଙ୍କ ଚିକିତ୍ସା କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ଯଦି ଅଧିକ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡ଼ିବ, ତାହା ହେଲେ ବ୍ଲକ ପ୍ରଶାସନ ସେ ନେଇ ବ୍ୟବସ୍ଥା କରିବ ବୋଲି BDO କହିଛନ୍ତି ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like