କେଡ଼େ ନିର୍ଦ୍ଦୟୀ ମା’: ୧୫ ମାସର ପୁଅକୁ ମାରି ଚାଲିଲା ବିଧା ଗୋଇଠା

ପୁରୀ: ୧୫ ମାସର ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର। ବଡ଼ କଥା ହେଉଛି ଜନ୍ମ କଲା ମା କରୁଛି ଅତ୍ୟାଚାର।  ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହି ଗାଁର।  ଜଣେ ମା ତାର ପୁଅ ପ୍ରତି କିପରି ଏତେ ନିଷ୍ଠୁର ଓ ବର୍ବର ହୋଇପାରେ, ତାହା ଏହି ସିସିଟିଭି ଫୁଟେଜରୁ ଜଣାପଡିଛି।

୧୫ ମାସର ଶିଶୁଟି ବାରଣ୍ଡାରେ ଗୁରୁଣ୍ଡୁଛି। ଆଉ ଜନ୍ମ କଲା ମା ଗୋଇଠା ପରେ ଗୋଇଠା ମାରି ଚାଲିଛି। କେତେବେଳେ ପେଟରେ ଠିଆ ହୋଇପଡୁଛି ତ କେତେବେଳେ ବେକରେ ଠିଆ ହୋଇପଡୁଛି। ଏତିକିରେ ବି ମା’ର ମନ ସନ୍ତୁଷ୍ଟ ହେଉନି ଦୁଇ ହାତ, ଦୁଇ ଗୋଡ ବାନ୍ଧି ପକାଇ ମାଡ଼ ମାରୁଛି।

ମା ତାର ପୁଅକୁ ଏଭଳି ମାଡ଼ ମାରୁଥିବା ନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ। ଗୋପ ପୋଲିସ କିଛି ଦିନ ତଳେ ସିସିଟିଭି ଫୁଟେଜ ମଧ୍ୟ ନେଇଛନ୍ତି।

ସେପଟେ ଏହି ମାଡ଼ ମରା ଭିଡିଓକୁ ନିଜେ ମହିଳାଙ୍କ ସ୍ୱାମୀ ଭାଇରାଲ କରିଛନ୍ତି। ପୁଅକୁ ଉଦ୍ଧାର ସହ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ମହିଳାଙ୍କ ଅଭିଯୋଗ, ତାଙ୍କୁ ତାଙ୍କ ସ୍ୱାମୀ ଖାଇବାକୁ ଦେଉନାହାନ୍ତି କି ପଚାରୁ ନାହାନ୍ତି।

You might also like