ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି।
ସେମାନଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।