ଦେବଗଡ଼ : ନିଆଁରେ ପୋଡ଼ି ହୋଇ ମାଆ, ଝିଅ ଗୁରୁତର। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଚୁପାଲି ଗାଁରେ। ୩ ବର୍ଷର ଝିଅକୁ ପ୍ରଥମେ ପତ୍ନୀ ନିଆଁ ଲଗାଇବା ସହ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଗନ୍ଧର୍ବ ଓରାମ୍।
ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଭୟଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ସଂପୃକ୍ତ ମହିଳା ଏଭଳି କାଣ୍ଡ ଭିଆଇଲେ, ସେନେଇ ସ୍ପଷ୍ଟ ହୋଇନାହିଁ।