ଜଣେ ମହିଳା ଓ ୪ ଶିଶୁ ନିଖୋଜ ନେଇ ଥାନାରେ ଏତଲା

ସୁନ୍ଦରଗଡ଼: କୋଇଡ଼ା ଥାନା ଇନ୍ଦୁପୁର ଗାଁରେ ଜଣେ ମହିଳାଙ୍କ ସମେତ ୫ଜଣ ଶିଶୁଙ୍କ ନିଖୋଜ ଘଟଣାରେ ଥାନାରେ ଏତଲା ଦିଆଯାଇଛି। ଏହି ଏତଲା ଦେଇଛନ୍ତି ନିଖୋଜ ମହିଳାଙ୍କ ସ୍ୱାମୀ। ଏହି ଘଟଣା ପରେ କୋଇଡ଼ାରେ ଚାଞ୍ଚଲ୍ୟ ଖେଳିଯାଇଛି।

ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଛନ୍ତି। ଇନ୍ଦୁପୁର ଗାଁର ଏକ ଘରେ ମହିଳାଙ୍କ ସମେତ ୪ ଜଣ ଶିଶୁ ନିଖୋଜ ଅଛନ୍ତି। ତେବେ ଘରେ ରକ୍ତ ଛିଟା ପଡ଼ିଥିବା ଦେଖି ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ସ୍ୱାମୀ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

You might also like