ଜୀବନ ନେଇଛି ଜାନୁଆରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ପରେ ବି ରାଜ୍ୟରେ ଥମୁନି ଦୁର୍ଘଟଣାର ହାର। ୨୦୨୦ ଆରମ୍ଭରୁ କେବଳ ଜାନୁଆରୀ ୧୦ରୁ ସଡ଼କ ଦୁର୍ଘଟଣାରେ ଯାଇଛି ବହୁ ଜୀବନ ଯାଇଛି। ଆଜି କେନ୍ଦୁଝର ପଣ୍ଡାପଡ଼ା ଥାନା ସୁନାଟାଙ୍ଗିରୀ ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଗତ ୨୩ ତାରିଖରେ ଗଂଜାମ ଦିଗପହଣ୍ଡି କୋଚିନଡ଼ା ବ୍ରିଜ୍ ଉପରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ପୋଲ ତଳକୁ ଖସି ୩ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ୨ ଗୁରୁତର ହୋଇଥିଲେ।

୨୨ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଏକ କାର ଡିଭାଇଡରକୁ ପିଟି ପରେ ଏକ ସ୍କର୍ପିଓକୁ ଧକ୍କା ଦେବାରୁ ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ୨୧ ତାରିଖରେ ସମ୍ବଲପୁର ପରମାଣପୁରରେ ଫୁଟପାଥ୍ ଉପରକୁ ଟ୍ରକ୍ ମାଡ଼ି ଯିବାରୁ ୪ ଉଠା ଦୋକାନୀଙ୍କ ଜୀବନ ଯାଇଥିଲା। ୪ ତାରିଖରେ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଶ୍ରୀକାକୁଲ୍ମ ଜିଲ୍ଲା କୋଟପଲି ନିକଟରେ ମହେନ୍ଦ୍ରତନୟା ବ୍ରିଜ୍ ତଳକୁ ଚଳନ୍ତା କାର ଖସିପଡ଼ିବାରୁ ଭୁବନେଶ୍ୱର ଦୁଇଟି ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

୩ ତାରିଖରେ ଭଦ୍ରକ ବଅନ୍ତ ଛକରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ। ସେହିଭଳି ୨ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ନୟନବିହାର ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହୋଇଯିବାରୁ ୨ଜଣଙ୍କ ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଥିଲେ।

You might also like