ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଜୟ ମହାନ୍ତି ଭୁବନେଶ୍ୱରର କେୟାର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ବିଜୟ ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଓ ସେ ଓଡ଼ିଶା ଫେରିବାକୁ ଚାହିଁବାରୁ, ଗତ ମାସ ୧୪ ତାରିଖରେ ତାଙ୍କୁ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା।

ଭୁବନେଶ୍ୱର ଫେରିବା ପରେ ସେ କେୟାର୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବାରୁ ସେ ଘରକୁ ଫେରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ ପୁଣି କେୟାର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା।

You might also like