• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଦୁବାଇରେ କାମ କରୁଥିବା ଓଡ଼ିଆ ଶ୍ରମିକ ସୁଶାନ୍ତ ଜେନାଙ୍କ ମୃତଦେହ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁଶାନ୍ତଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇଛି।

ନୟାଗଡ ଜିଲ୍ଲା ରଣପୁର ରନ୍ଦା ଗାଁର ସୁଶାନ୍ତ, ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ।  ଅକ୍ଟୋବର ୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ପରିବାରଲୋକେ। ମୃତ୍ୟୁର କାରଣ ନେଇ କଂପାନି କର୍ତ୍ତପକ୍ଷ ସ୍ପଷ୍ଟ କରିନଥିବା ବେଳେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଅାଣିଥିଲେ।

ସେହିପରି ସୁଶାନ୍ତଙ୍କ ମୃତଦେହକୁ ଓଡ଼ିଶା ଅାଣିବାରେ ସହଯୋଗ ଲାଗି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ। ଏହା ପରେ ବୈଜୟନ୍ତ,ଦୁବାଇରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଥିଲେ। ଅାଜି ମରଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Mortal-remains-of-susanta-jena-of-ranpur-nayagarh-reaches-odisha-from-dubai
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories