• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଖୋର୍ଦ୍ଧା: ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପରିବାର ଓ ଗାଁ ଲୋକେ ସହିଦ ହେମନ୍ତ ପଣ୍ଡାଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି।

ଶାନ୍ତ ସ୍ୱଭାବର ଗାଁର ପୁଅକୁ ହରାଇ ଲୋକେ ଭାଙ୍ଗି ପଡ଼ିଛନ୍ତି। ହେମନ୍ତଙ୍କ ସାଙ୍ଗସାଥୀ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।

୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ।

ଗତକାଲି ହେମନ୍ତଙ୍କ ମର ଶରୀରକୁ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା। ଏହାପରେ ସକାଳୁ ସକାଳୁ ହେମନ୍ତଙ୍କ ମରଶରୀରକୁ ନିଜ ଗାଁ ଖୋର୍ଦ୍ଧାର ଅଠରାଙ୍ଗ ନିଆଯାଇଥିଲା। ସେଠାରେ ଏକ ବିରାଟ ଶୋଭାଯାତ୍ରାରେ ହେମନ୍ତଙ୍କ ମର ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା। ଏହାପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

https://youtu.be/eXuGI514w3g

Mortal-remains-of-martyr-hemant-panda-consigned-to-flames-at-his-native-village
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories