ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ହେବ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉ କି, ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅସହ୍ୟ ତାତି ହେଉଥିବାରୁ ପାନୀୟ ଜଳ, ORS ମହଜୁଦ୍ ରଖିବାକୁ କୁହାଯାଇଛି।

ଖରା ପାଇଁ ସକାଳୁଆ ସ୍କୁଲ କରିବା ଲାଗି ଗତ ୨୭ ତାରିଖ ରାଜ୍ୟ ସରକାର ସୂଚନା ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ  ଭାଗ ପକ୍ଷରୁ ଏ ନେଇ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା।  ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ସ୍କୁଲ ଓ ଦଶମ ଏବଂ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ୧ଟା ସ୍କୁଲ ଖୋଲାଯିବ ବୋଲି କୁହାଯାଇଥିଲା । ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଦ୍ୱାରା ଅବଗତ କରାଇଥିଲେ ।

ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ। ତେବେ ପିଲାଙ୍କ ପାଠପଢା କିପରି ସୂଚାରୁ ରୂପେ ହୋଇପାରିବ, ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି କରାଯାଉଛି।

ଏଠି କହିରଖିବୁ, ଚଳିତବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲା ରହିପାରେ। କୋଭିଡ୍‌ ଯୋଗୁଁ ଶିକ୍ଷାରେ ଉପୁଜିଥିବା କ୍ଷତି ଭରଣା ଲାଗି ଖୋଲା ରହିପାରେ। ତେବେ ସରକାରଙ୍କ ଏପରି ସମୟ ନିର୍ଘଣ୍ଟକୁ ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି।  ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସେଥିପାଇଁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ପାଇଁ ସଂଘ ଦାବି କରିଛି। ସ୍କୁଲ ସମୟ ସକାଳ ୬ଟା ୩୦ରୁ ଦିନ ୧୧ଟା ୩୦ କରିବାକୁ ସଂଘ ଦାବି କରିଛି।

You might also like