ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନୀଳଗିରି : ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ। ସକାଳର ପହଲି ସୂର୍ଯ୍ୟ କିରଣରେ କାକର ବିନ୍ଦୁର ବାସ୍ନା ଅବା ରଙ୍ଗବେରଙ୍ଗ ଫୁଲର ସମ୍ଭାର।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆରମ୍ଭ ହେଲାଣି ପିକ୍‌ନିକ୍ ଋତୁ।  ପାହାଡ଼ ଉପରେ ଥିବା ଏଠାକାର ପଞ୍ଚଲିଙ୍ଗେଶ୍ୱର ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ପଞ୍ଚଲିଙ୍ଗେଶ୍ୱର ଦେବଙ୍କ ଦର୍ଶନ କରିବା ସହ ଏଠାକାର ଝରଣା ପାଣିରେ ଗାଧୋଇବାର ମଜା ନେଉଛନ୍ତି ଲୋକେ। ଏହା ସାଙ୍ଗକୁ  ପରିଜନଙ୍କ ସହ ବଣଭୋଜି କରି ସମୟ ବି ଅତିବାହିତ କରୁଛନ୍ତି।

କେବଳ ଯେ ପଞ୍ଚଲିଙ୍ଗେଶ୍ୱର ପୀଠନୁହେଁ, ଏଠାକାର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ କୁଲଡିହା ଅଭୟାରଣ୍ୟରେ ଜୀବଜନ୍ତୁଙ୍କୁ ଦେଖିବା ଲାଗି ପର୍ଯ୍ୟଟକ ଆକୃଷ୍ଟ ହେଉଛନ୍ତି। ବିଶେଷ କରି ଏଠାକାର ଗୁହିରାବଳ ରସିଆ ଡ୍ୟାମ୍‌ରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ଲାଗି ବୋଟିଂର ବ୍ୟବସ୍ଥା ହୋଇଛି। ଏହା ବ୍ୟତୀତ ଗୁହିରାବଳ ଠାରେ ପର୍ଯ୍ୟଟକଙ୍କ ରାତ୍ରୀଯାପନ ଲାଗି ତମ୍ବୁଘରର ନିର୍ମାଣ କରିଛି ବନବିଭାଗ।

ପିକ୍‌ନିକ୍‌ ଋତୁରେ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ ପାଲଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳ। ଆଉ ଅତିଥିଙ୍କ ସ୍ୱାଗତ ଲାଗି ଯୋରସୋରରେ ଲାଗିପଡ଼ିଛନ୍ତି ନୀଳଗିରି ବାସିନ୍ଦା।

You might also like