ମାତିଛନ୍ତି ୫୦ରୁ ଅଧିକ ହାତୀ, ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘର

ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କରେ ଆତଙ୍କିତ ଲୋକେ। ୫୦ରୁ ଅଧିକ ହାତୀ ଏହି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହୋଇଛି।

କନ୍ଦରଶିଂଘା ପଞ୍ଚାୟତରେ ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ନଷ୍ଟ କରିଛନ୍ତି ହାତୀପଲ। ମାସକ ଭିତରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଅଧିକ ଗୁରୁତର ହୋଇଛନ୍ତି। ହାତୀ ଆତଙ୍କରେ ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ ସଂଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି।

କ୍ଷତିପୂରଣ ସହ ହାତୀ ଘଉଡ଼ାଇବାକୁ ବାରମ୍ବାର ଦାବି ପରେବି ବନ ବିଭାଗ ଶୁଣୁନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଏପିର ଅଭିଯୋଗ ସତ୍ତ୍ୱେ ହାତୀ ଉପଦ୍ରବ କମିଛି ବୋଲି ମହାବିରୋଡ ରେଞ୍ଜର ହରମୋହନ ନାୟକ କହିଛନ୍ତି। ଧାନକଟା ପରେ ହାତୀ ଅଞ୍ଚଳ ଛାଡ଼ି ପଳାଇବେ ବୋଲି ସେ କହିଛନ୍ତି।

 

You might also like