• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ରାଉରକେଲା: ଉପର ମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ପାଖ ଲାଇଙ୍ଗଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମ୍‌ର ଗତକାଲି ୧୧ଟି ଗେଟ୍ ଖୋଲାଯାଇଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

ରାଉରକେଲାର ଓ୍ୱାର୍ଡ ନମ୍ବର ୩ରେ ଥିବା ବାଲୁଘାଟ ଅଂଚଳରେ ପାଣି ପଶିବା ଫଳରେ ଅଂଚଳର ୨୦ଟି ପରିବାର ପ୍ରାୟ ୧୦୦ରୁ ଅଧିକ ଲୋକେ ପାଣି ଘେରରେ ଅଛନ୍ତି। ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେପଟେ ନଦୀ କୂଳରେ ବସବାସ କରୁଥିବା ଲୋକେ ସତର୍କ ରହିବାକୁ ପ୍ରଶାସନ ଏବଂ ଡ୍ୟାମ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

ତଳିଆ ଅଞ୍ଚଳରେ ଥିବା ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି। ଡ୍ୟାମରେ ଜଳ ପତ୍ତନ ବଢ଼ିବାରୁ ରବିବାର ସକାଳେ ୫ଟି ଗେଟ୍ ଖୋଲାଯାଇଥିଲା ପରେ ସଂଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯାଇଛି।

 

More-the-hundreds-people-are-face-problem-for-flood-water-in-rourkela1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories