• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡିଲେଣି ରାଜ୍ୟ ସରକାର। କାରଣ ୧୫୦ କୋଟିରୁ ଅଧିକ ଟଙ୍କା ଏବେ ପାଣିରେ ପଡ଼ିଛି। ୩ ଲକ୍ଷ ଅଣଚାଷୀଙ୍କ ଆକାଉଣ୍ଟକୁ ଚାଲିଯାଇଛି ଏହି ସହାୟତା ରାଶି।

ବାସୁଦେବପୁର ବ୍ଲକର ଗୋଳମାଳିଆ ଚିତ୍ର ଦେଖିଲେ ଆପଣ ଠିକ୍‌ ଅନୁମାନ କରିପାରିବେ। ଏଠି ଟଙ୍କା ପାଇଥିବା ୨୮ ହଜାର ୭୧୪ ଚାଷୀରୁ ୬ ହଜାର ୮୩ ହେଉଛନ୍ତି ଅଯୋଗ୍ୟ। ଅର୍ଥାତ ପ୍ରାୟ ୫ ଜଣରେ ଜଣେ ଅଯୋଗ୍ୟକୁ ଟଙ୍କା ଦେଇଛନ୍ତି ସରକାର। କେବଳ ଏହି ବ୍ଲକରେ ୨୧ ପ୍ରତିଶତ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଚାଲି ଯାଇଛି ୩ କୋଟିରୁ ଅଧିକ ଟଙ୍କା। ବିଡମ୍ବନା ହେଉଛି, ସେହି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କିସ୍ମତ କୃଷ୍ଣପୁରର ଚାଷୀ ସୁଧାକର ରାଉତ ଭାଗଚାଷୀ ହୋଇଥିଲେ ବି ତାଙ୍କୁ କିନ୍ତୁ କାଳିଆ ଟଙ୍କା ମିଳିନି।

ଅଗଷ୍ଟ ୩୧ ସୁଦ୍ଧା କାଳିଆ ଯୋଜନାରେ ଟଙ୍କା ପାଇଥିବା ୫୧ ଲକ୍ଷ ଚାଷୀଙ୍କ ତାଲିକା ଯାଞ୍ଚ କରି ଅଯୋଗ୍ୟଙ୍କୁ ବାଦ୍ ଦେବେ ବୋଲି ସରକାର କହିଥିଲେ। ଏ ପ୍ରକ୍ରିୟା ସରିଥିଲେ ବି ସରକାରୀ ଭାବେ କେତେ ଚାଷୀ ଅଯୋଗ୍ୟ ବାହାରିଲେ ସେ ନେଇ କିନ୍ତୁ କୃଷି ବିଭାଗ ପାଟି ଖୋଲୁନି। ଏପରି ସ୍ଥଳେ ବ୍ଲକ୍ ଓ ଜିଲ୍ଲାର ତଥ୍ୟ କିନ୍ତୁ ସରକାରଙ୍କ ବି.ପି. ବଢ଼ାଇଦେଇଛି। ନିର୍ବାଚନ ପୂର୍ବରୁ ଠିକ୍‌ରେ ଯାଞ୍ଚ ନ କରି ଟଙ୍କା ପଠାଇବା ପ୍ରକିୟାକୁ ଚାଷୀ ସଂଗଠନ ବି ନିନ୍ଦା କରିଛନ୍ତି।

ଗୋଟିଏ ପଟେ କାଳିଆରେ ରାଜ୍ୟ ସରକାର ୫୧ ଲକ୍ଷ ଚାଷୀଙ୍କୁ ଟଙ୍କା ଦେଇଥିବା ବେଳେ ପିଏମ୍ କିଷାନ ପାଇଁ କିନ୍ତୁ ମାତ୍ର ୩୦ ଲକ୍ଷ ୮୦ ହଜାର ଚାଷୀଙ୍କ ତାଲିକା ପଠାଇଛନ୍ତି। ତେବେ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେଇଥିବାରୁ ଧରାପଡ଼ିବା ଭୟରେ କେନ୍ଦ୍ରକୁ ତାଲିକା ପଠାଉନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଅଯୋଗ୍ୟଙ୍କୁ ଦିଆଯାଇଥିବା ଟଙ୍କାକୁ ବିଜେଡି ଭରଣା କରୁ ବୋଲି ମଧ୍ୟ ବିରୋଧୀ  ଦାବି କରିଛନ୍ତି।

ରାଜ୍ୟର ସବୁ ଚାଷୀଙ୍କୁ ପିଏମ୍ କିଷାନରେ ସାମିଲ କରାଯିବ ବୋଲି ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ। ତେବେ ବଡ଼ଚାଷୀଙ୍କୁ ପିଏମ କିଷାନରେ ସାମିଲ ପାଇଁ କେନ୍ଦ୍ର କହିଥିବାରୁ ତାଲିକା ଚୁଡ଼ାନ୍ତ କରିବାରେ ବିଳମ୍ବ ହେଉଛି ବୋଲି କହିଥିଲେ ରାଜ୍ୟ କୃଷିମନ୍ତ୍ରୀ।

More-than-one-crore-rupees-of-kalia-yojana-are-washed-away-in-water
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories