• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଟଙ୍କାକରେ ଚାଉଳ ମିଳୁଛି। ହେଲେ ପାଣି ୬୦ ଟଙ୍କା। ସପ୍ତାହକର ପାଣି ବ୍ୟବହାର ପାଇଁ ଦେବାକୁ ପଡ଼ୁଛି ୫୦ରୁ ୬୦ ଟଙ୍କା। ଏଭଳି ଦୟନୀୟ ସ୍ଥିତି ଉପୁଜୁଛି ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଟଙ୍ଗି ବ୍ଲକର ତିନୋଟି ପଞ୍ଚାୟତରେ। ଏଠାରେ ଲୋକଙ୍କୁ ଟଙ୍କାକରେ ଚାଉଳ କିଲେ ଖୁବ୍ ସହଜରେ ମିଳିଯାଉଛି। ହେଲେ ପିଇବା ପାଣି ଓ ରୋଷେଇ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ପଞ୍ଚାୟତ ଗୁଡ଼ିକରେ କୂଳ, ନଳକୂପ ପୋଖରୀ ‍ଆଦି ରହିଛି ସତ ହେଲେ ତଥାପି ଏମିତି ପରିସ୍ଥିତି ଯେ ଲୋକଙ୍କୁ ରୋଷେଇ ଓ ପିଇବା ପାଇଁ ପାଣି କିଣିବାକୁ ପଡ଼ୁଛି।

ତେବେ ଏହି ପଞ୍ଚାୟତବାସୀ ପିଇବା ପାଣି ଟୋପାଏ ପାଉନଥିବାରୁ କିଛି ଲୋକ ପାଣି ଯୋଗାଇ ଏହାକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରିସାରିଲେଣି। ପ୍ରତ୍ୟେକ ଦିନ ଏକ ଅଟୋରେ ପ୍ଲାଷ୍ଟିକ ଜାରକିନରେ ପାଣି ଭର୍ତ୍ତି କରି ବ୍ୟବସାୟୀ ମାନେ ଏହି ଅଞ୍ଚଳକୁ ଆଣିଥାନ୍ତି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନେ ତାଙ୍କଠାରୁ ପାଣି କିଣନ୍ତି। ଦଶ ଲିଟରକୁ ୬ ଟଙ୍କା ହିସାବରେ ଏଠାରେ ପାଣି ବିକ୍ରି ହୁଏ। ଖାଲି ସେତିକି ନୁହେଁ, ଯଦି କୌଣସି ଗାଁ କିମ୍ବା ଘର ଟିକେ ଦୂରରେ ପଡ଼ୁଛି ତେବେ ସେଥିପାଇଁ ଭିନ୍ନ ଦର ଲାଗୁ କରାଯାଉଛି। ଆବଶ୍ୟକ ଅନୁସାରେ ଲୋକ ସପ୍ତାହକ ପାଇଁ ୫୦ କିମ୍ବା ୬୦ ଟଙ୍କାର ପାଣି ରଖନ୍ତି।

ଏହି ପଞ୍ଚାୟତ ଗୁଡ଼ିକ ହେଲା ବାଲିପାଟପୁର, ଭୂଷଣ୍ଡପୁର ଏବଂ କନ୍ତଳବାଇ। ଏହି ପଞ୍ଚାୟତ ଗଉଡ଼ିକର ପ୍ରାୟ ୩୦ଟି ଗାଁରେ କିଣା ପାଣି ପିଇ ଜୀବନ ଜୀଉଁଛନ୍ତି ଲୋକ। ଏସବୁ ଗାଁରେ ପୋଖରୀ, କୂଅ, ନଳକୂଅ ଅଛି କିନ୍ତୁ ଦୀର୍ଘ ବର୍ଷ ହେଲାଣି ମଧୁର ଜଳସ୍ତର କମିଯାଇଥିବାରୁ ସେଗୁଡ଼ିକ ‍ଆଉ ବ୍ୟବହାରଯୋଗ୍ୟ ହୋଇପାରୁନି।

ଏଭଳି ପରିସ୍ଥିତି ଦିନେ କି ଦୁଇ ଦିନର ନୁହେଁ ପ୍ରାୟ ୪ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ଅଞ୍ଚଳବାସୀଙ୍କୁ ମଧୁର ଜଳ ଯୋଗାଣ ଉଦ୍ଦେଶ୍ୟରେ ବାଲିପାଟପୁରଠାରେ ୨୦୧୭ରୁ ଏକ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ତାହା ଏବେ ସୁଦ୍ଧା ସରିନାହିଁ। କେବେ କାମ ସରିବ ଏବଂ ଲୋକେ କେବେ ମଧୁର ଜଳ ପାଇବେ ସେ ସମ୍ପର୍କରେ ବି କାହା ପାଖରେ ଖବର ନାହିଁ।

More-than-four-years-30-village-buying-water-for-drinking-and-cooking
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories