ଦୁଇ ଦିନରେ ହେଲାଣି ଲକ୍ଷେରୁ ଅଧିକ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ଟେଷ୍ଟ ହୋଇଛି। ଖୁବଶୀଘ୍ର ରାଜ୍ୟରେ ୧୦ ଲକ୍ଷ ଅତିକ୍ରମ କରିବ କରୋନା ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର।

କରୋନା ସ୍ଥିତିକୁ ନେଇ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଖୁବଶୀଘ୍ର ରାଜ୍ୟରେ କରୋନା ଟେଷ୍ଟ ୧୦ ଲକ୍ଷ ଅତିକ୍ରମ କରିବ। ସେହିପରି ଦୁଇ ଦିନରେ ଗଞ୍ଜାମରେ ସର୍ବାଧିକ ୧୪ ହଜାର ୯୫୩ ଟେଷ୍ଟ କରାଯାଇଛି।

ସେହିପରି ରାଜ୍ୟରେ ସଂକ୍ରମଣ ହାର ଅଗଷ୍ଟ ୧୬ ସୁଦ୍ଧା ୯.୨%ରୁ ୫.୫%କୁ କମିଛି। ଗଞ୍ଜାମ ଜିଲ୍ଲାରେ ୩.୬ ପ୍ରତିଶତକୁ କମିଛି ସଂକ୍ରମଣ ହାର। ରାଜ୍ୟରେ କରୋନା ମୃତ୍ୟୁ ହାର ୦.୫୮% ଥିବା ସରକାରଙ୍କ ସୂଚନା ଦେଇଛନ୍ତି।

ଓଡ଼ିଶାରେ ୨,୯୨୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ୨,୯୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୦୯ରହିଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like