ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୮୦ଟି ଦୋକାନ

ସମ୍ବଲପୁର: ସମ୍ବଲପୁର ସହରର ଗୋଲବଜାର ସ୍ଥିତ ପରିବା ମାର୍କେଟରେ ପୁଣି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮୦ରୁ ଅଧିକ ପରିବା ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି।

ଖବରପାଇ ଅଗ୍ନିଶମ ବାହିନୀ ପରିବା ମାର୍କେଟ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଳୁ, ପିଆଜ, ଅଦା ବସ୍ତା ପୋଡ଼ି ପାଉଁଶ ହୋଇଯିବା ସହ ଗଚ୍ଛିତ ଥିବା ଟମାଟୋ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି।

ଗତକାଲି ଦୀପାବଳି ଥିବାରୁ କିଛି ଦୋକାନୀ ଦୀପ ଲଗାଇ ଚାଲି ଯାଇଥିଲେ। ଫଳରେ ଏଭଳି  ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ହେଲେ ଏଭଳି ଅଭିଯୋଗକୁ ବ୍ୟବସାୟୀମାନେ ଖଣ୍ଡନ କରିଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦୀପାବଳିରେ ଦୀପ ଜଳା ଯାଇଥାଏ ଓ ଦୀପ ଲିଭିବା ପରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଯାଇଥାନ୍ତି।

ଦୀପାବଳିରେ ବାହାନାରେ କେହି ନିଆଁ ଲଗାଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏଥରକୁ ମିଶାଇ ୪ ଥର ଏହି ପରିବା ମାର୍କେଟ୍‌ରେ ନିଆଁ ଲାଗି ସାରିଲାଣି। ଫଳରେ ଅନ୍ୟ ସ୍ଥାନରେ ବଡ଼ ଜାଗା ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

You might also like