ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ୪୦୦ରୁ ଅଧିକ ଶ୍ରମିକ

ବାଲୁଗାଁ: ଅଧା ବାଟରେ ଚେନ୍ ଟାଣି ଟ୍ରେନରୁ ଓହ୍ଲାଇ ପଡ଼ିଲେ ୪ ଶହରୁ ଅଧିକ ପ୍ରବାସୀ। ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ପ୍ରବାସୀ ଚିଲିକା ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ।

ତେବେ ଜିଆର୍‌ପି ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଷ୍ଟେସନରେ ଅଟକ ରଖାଯାଇଛି। ଏନେଇ ପ୍ରଶାସନକୁ ଖବର ମଧ୍ୟ ଦିଆଯାଇଛି।

ଓହ୍ଲାଇ ପଡ଼ଥିବା ଏହି ପ୍ରବାସୀମାନେ ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଆସୁଥିଲେ। ତେବେ ସେଥିମଧ୍ୟରୁ କିଛି ପ୍ରବାସୀ ବ୍ରହ୍ମପୁରରେ ଓହ୍ଲାଇଥିଲାବେଳେ ଆଉ ୪୦୦ରୁ ଅଧିକ ପ୍ରବାସୀ ଚିଲିକା ଷ୍ଟେସନ ପାଖରେ ଚେନ୍ ଟାଣି ଓହ୍ଲାଇ ପଡ଼ିଥିଲେ। ତେବେ ଟ୍ରେନଟି ଅନ୍ୟ ପ୍ରବାସୀଙ୍କୁ ନେଇ ଭଦ୍ରକ ଅଭିମୁଖେ ଯାତ୍ରା କରିଛି।

You might also like