ଗୋଆରେ ଫସି ରହିଛନ୍ତି ୬୦ ଓଡ଼ିଆ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ
ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍ଡାଉନ୍ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ ସେଠାରେ ସ୍ଥିତି ସଙ୍ଗୀନ ହେଉଥିବାରୁ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବହୁ ଲୋକେ ଏବେ ଗୋଆରେ ରହିଛନ୍ତି। କରୋନା ଭାଇରସକୁ ମାତ୍ ଦେବାପାଇଁ ସାରା ଦେଶରେ ଲକ୍ ଡାଉନ୍ ହେବା ପରେ ଏମାନେ ନିଜ ଘରକୁ ଫେରିପାରୁ ନାହାନ୍ତି। ଏମାନେ ଗୋଆର ବିଭିନ୍ନ ହୋଟେଲରେ କାମ କରୁଛନ୍ତି। ଏବେ ଲକ୍ ଡାଉନ୍ ଫଳରେ ଏମାନେ କାମ ହରାଇଛନ୍ତି।
ଏବେ ଏମାନଙ୍କ ପାଖରେ ଥିବା ଖାଦ୍ୟ ସମାଗ୍ରୀ ସରି ଆସିଲାଣି। ପାଖରେ ଅର୍ଥର ବି ଅଭାବ। ତେଣୁ କିପରି ସେମାନେ ରହିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି। ଏନେଇ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ନିଜର ସମସ୍ୟା ସମ୍ପର୍କରେ ଜଣାଇଛନ୍ତି