ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ

ଆଠଗଡ଼: ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା। ଏହି ବାସି ଖାଦ୍ୟକୁ ଆଜି ସକାଳେ ପିଲାମାନେ ଖାଇଥିଲେ। ଏହି ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ।

ବାସି ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହୋଇଥିବା ଡାକ୍ତର କହିଛନ୍ତି।

You might also like