ଲଟେରି ନାଁରେ ଯୁବକଙ୍କ ଠାରୁ ୩ଲକ୍ଷ ଟଙ୍କା ଠକେଇ !

ଜୟପୁର : ଲଟେରି ନାଁରେ ଯୁବକଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକେଇ। ୨୫ ଲକ୍ଷ ଟଙ୍କା ଲୋଭରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ନିକଟସ୍ଥ ମାଳିଗୁଡାରେ। ଅଭିଯୋଗ ଅନୁସାରେ କିଛି ଦିନ ତଳେ ମୁମ୍ବାଇର ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ପରିଚୟ ଦେଇଥିଲେ।

ଏହାସହ ସେ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ଏସ୍‌ଟିଆଇ ଆକାଉଣ୍ଟରୁ ମନି ଟ୍ରାନ୍ସଫର ହୋଇଥିବା ନେଇ ଆକାଉଣ୍ଟ ସ୍ଲିପ୍ ଭୀମସେନଙ୍କୁ ପଠାଇଥିଲେ। ଏଥିପାଇଁ ଭୀମସେନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବୋଲି କହିଥିଲେ।

ରାଣାଙ୍କ କଥାକୁ ବିଶ୍ୱାସ କରି ଭୀମସେନ ଦୁଇଟି ପୃଥକ ପୃଥକ ଆକାଉଣ୍ଟରେ ପ୍ରଥମେ ୧୨ ହଜାର ଓ ପରେ ୮୦ହଜାର ଟଙ୍କା ଜମା କରିଥିଲେ। ପରେ ଭିନ୍ନଭିନ୍ନ ୨୦ଟି ଆକାଉଣ୍ଟରେ ପ୍ରାୟ ୩ଲକ୍ଷ ୧୫ହଜାର ଟଙ୍କା ଡିପୋଜିଟ୍ କରିଥିଲେ। ଏହାପରେ ବି ସେ ପୁଣିଥରେ ୭୦ହଜାର ଟଙ୍କା ଡିପୋଜିଟ୍ କରିବା ପାଇଁ କହିବା ପରେ ଭୀମସେନ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ।

ତେବେ ଏନେଇ ପୁଲିସ କିମ୍ବା କାହାକୁ ଜଣାଇଲେ ଟଙ୍କା ମିଳିବ ନାହିଁ ବୋଲି କୁହାଯାଇଥିବାରୁ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like