ଭୋଜି ଖାଇ ୩୫ରୁ ଅଧିକ ଅସୁସ୍ଥ

ନୀଳଗିରି: ଭୋଜି ଖାଇ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତୋଟାପଡ଼ା ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ତୋଟାପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ଓ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁ ଅଛନ୍ତି। ଭୋଜି ଖାଇ ଅସୁସ୍ଥ ହୋଇଥିବା କିଛି ଲୋକଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଆଉ କିଛି ଲୋକଙ୍କୁ ଅନ୍ୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ, ତୋଟାପଡ଼ା ଗାଁକୁ ଏକ ମେଡିକାଲ ଟିମ୍ ପଠାଇବା ପାଇଁ ମେଡିକାଲ ଅଧିକାରୀଙ୍କ ସହ କଥା ହୋଇଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହାସହ ସେ ନୀଳଗିରି ମେଡିକାଲରେ ସ୍ୱାସ୍ଥ୍ୟ ସେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

You might also like