ବିଜେପିରେ ଯୋଗ ଦେଲେ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ବିଜେପିରେ ମହାମିଳନ। ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା, ପୁରୀ, ପିପିଲି, ଡେଲାଙ୍ଗ, ଯାଜପୁରର କୋରେଇ ଓ ମାହାଙ୍ଗା ଅଞ୍ଚଳରୁ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ଦାମୋଦର ରାଉତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

You might also like