• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କର୍ଣ୍ଣାଟକ: କର୍ଣ୍ଣାଟକର ମେଙ୍ଗାଲୁରୁରେ ଓଡ଼ିଶାର ୩ ଶହରୁ ଅଧିକ ମତ୍ସ୍ୟଜୀବୀ। ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକର ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ମାର୍ଚ୍ଚରେ ଲକଡାଉନ ଆରମ୍ଭ ପରଠାରୁ ମାଛ ମରା ବନ୍ଦ ରହିଛି। ପାଖରେ ଯାହା ଟଙ୍କା ପଇସା ଥିଲା, ଖାଇବା ପିଇବାରେ ସବୁ ସରିଗଲାଣି। ଏଣୁ ଏବେ ସମସ୍ୟାରେ ପଡ଼ିଛନ୍ତି ଫସି ରହିଥିବା ମତ୍ସ୍ୟଜୀବୀ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁର, ରାମେୟପାଟଣା ସମେତ ଆଖାପାଖ ୧୦ଟି ଗାଁର ୧୫୦ରୁ ଅଧିକ ମତ୍ସ୍ୟଜୀବୀ ସେଠାରେ ଅଛନ୍ତି। ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସେଠାକାର ସରକାର ଫେରେଇ ଆଣିଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ମାଛ ଧରା କେବେ ଆରମ୍ଭ ହେବ ଜଣାପଡୁନାହିଁ।

ସେପଟେ ବୋଟ୍ ଭିତରେ ରହୁଥିବାରୁ ମଶା କାମୁଡୁଥିବା ସ୍ୱାସ୍ଥ୍ୟ ଅବସ୍ଥା ବି ଖରାପ ହେଲାଣି ବୋଲି ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି।

https://www.youtube.com/watch?v=fMzxxQP9NGU

More-than-300-odia-fishermen-have-been-stucked-inside-the-boat
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories