ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାରିପଦା: ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବାରିପଦା ସଦର ବ୍ଲକ୍‌ର ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି।

ଗତକାଲି ପିଲାମାନଙ୍କୁ ଚୁଡ଼ା, କଦଳୀ, ଫଳ ଭୋଗ ଦିଆଯାଇଥିଲା। ପିଲାମାନେ ଘରକୁ ଯିବା ପରେ ଜଣେ ପରେ ଜଣେ ଅସୁସ୍ଥ ହେବାରୁ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ଅବସ୍ଥା ନସୁଧୁରିବାରୁ ସମସ୍ତଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like