ଦିନକୁ ହେଉଛି ୩ହଜାର କୋଭିଡ୍‌ ଟେଷ୍ଟ, ଆଗକୁ ସଂଖ୍ୟା ଆହୁରି ବଢିବ

ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ହେଉଛି ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍। ୮ଟି ଲ୍ୟାବ୍‌ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି NHM ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ କହିଛନ୍ତି, ୨ ମାସ ତଳେ କେବଳ ଭୁବନେଶ୍ୱର ସ୍ଥିତ RMRCରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସେ ତଳେ ୨୫୦ ଓ ୧୫ ଦିନ ତଳେ ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଥିଲା।

ତେବେ ବର୍ତ୍ତମାନ ଦିନକୁ ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍ ସମ୍ଭବ ହୋଇପାରୁଛି ଏବଂ ଆଗକୁ ଏହା ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି କୋଭିଡ୍ ଟେଷ୍ଟ ସଂଖ୍ୟା ୫୦ ହଜାର ଟପିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ନମୂନା ପରୀକ୍ଷା ସଂଖ୍ୟା ୫୨ ହଜାର ୯ଶହ ଟପିଛି।

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଜଣାପଡ଼ିବେ। ଅଧିକ ଟେଷ୍ଟ କରିବା ଅର୍ଥ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିବା ତେଣୁ ଅଧିକ କେସ୍ ଆସିଲେ ଭୟଭୀତ ନହେବାକୁ ଲୋକଙ୍କୁ ଶାଳିନୀ ପଣ୍ଡିତ ପରାମର୍ଶ ଦେଇଛନ୍ତି।

You might also like