ଜବତ ଟ୍ରକରୁ ବାହାରିଲା ଏମିତି ଜିନିଷ, ପୋଲିସ ଦେଖି ତାଟକା…
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ୩ କୁଇଣ୍ଟାଲ ୨୧ କେଜିର ଗଞ୍ଜେଇ ଜବତ କରିଛି । ଏକ ଗଂଜେଇ ଭର୍ତ୍ତି ଟ୍ରକ ସହ ଛତିଶଗଡ଼ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ବିପିନ ମିଶ୍ରା ଓ ଅରୁଣ ଦୁବେ।
କୋରାପୁଟ ଏସ୍ପି ମୁକେଶ ଭାମୋ ଆନ୍ଧ୍ର ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏସ୍ପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ରାତ୍ରି ପାଟ୍ରୋଲିଂ କରିଥଲେ । ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଗୁନେଇପଡା ନିକଟ ଶିବ ମନ୍ଦିର ଛକରେ ଟ୍ରକକୁ ଅଟକ ରଖି ଯାଞ୍ଚ କରିଥଲେ ।
ସେହି ଟ୍ରକରେ ପ୍ରାୟ ୩ କୁଇଣ୍ଟାଲ ୨୧ କେଜି ଗଂଜେଇ ରହିଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଂଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଂଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶକୁ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।