ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ

ସାଲେପୁର  : ବିଦେଶରେ ଚାକିରି କରାଇଦେବା ନାଁରେ ଠକି ନେଲେ ଲକ୍ଷାଧିକ ଟଙ୍କା। ବିଭିନ୍ନ ଜିଲ୍ଲାର ୧୫ରୁ ଅଧିକ ଯୁବକ ଏନେଇ କଟକ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି।

୫୦ହଜାର ଟଙ୍କା ଦେଇ ବିଦେଶରେ ଚାକିରି କରିବା ନେଇ ଦଲାଲକୁ ଆନୁସଙ୍ଗିକ କାଗଜପତ୍ର ସହିତ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।  ଗତ କିଛି ଦିନ ତଳେ ସ୍ଥାନୀୟ ମହାସିଂପୁର ଅଞ୍ଚଳର ଇବ୍ରାହିମ୍ ଖାନ୍ ଏବଂ ସେକ୍ ମକିମୁଦ୍ଦିନ୍ ବିଦେଶରେ ଚାକିରି କରାଇଦେବା କହି ଯୁବକଙ୍କ ଠାରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।

ପୁଲିସ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

 

You might also like