୨ ମାସର ଦରମା ଦେଲାନି କମ୍ପାନୀ, ଶତାଧିକ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ରାଉରକେଲା ଉପକଣ୍ଠ କଲୁଙ୍ଗା ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ଇଏଫଜିଏଲ କମ୍ପାନୀରେ ଶ୍ରମିକ ଉତ୍ତେଜନା। ସାରା ଦେଶରେ ଯେତେବେଳେ କରୋନା ମହାମାରୀ ପାଇଁ ଲକଡାଉନ ହୋଇଛି। ସେଠି ଗରିବ ଠାରୁ ଧନୀ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଏହି ୩ ମାସ ଶ୍ରମିକମାନଙ୍କ ଦରମା କାଟ କରାଯିବ ନାହିଁ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଥିଲେ କିନ୍ତୁ ଆଇଏଫଜିଏଲ କମ୍ପାନୀ ତାର ଠିକା କର୍ମଚାରୀମାନଙ୍କୁ ୨ ମାସର ଦରମା ଦେଇ ନ ଥିବା ଅଭିଯୋଗ ହୋଇଛି।

କମ୍ପାନୀର ଶତାଧିକ କର୍ମଚାରୀ କମ୍ପାନୀ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like