ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ଦିଆଗଲା ଅଧିକ କ୍ଷମତା। IPC ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀ ମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ ଅନୁସାରେ ସାଧାରଣ ଜନତାଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ବି ଏଥିରେ ସାମିଲ ରହିବେ। କର୍ତ୍ତବ୍ୟରେ ଅବହେଳା ଓ ଲକଡ଼ାଉନ୍ ନିୟମକୁ ଖିଲାପ କଲେ ତାଙ୍କ ବିରୋଧରେ ବି ମାମଲା ରୁଜୁ କରିପାରିବେ ଥାନାଧିକାରୀ।ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ ଏହା କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

You might also like