ଭୁବନେଶ୍ୱର: କରୋନା କବଳରେ ଜନପ୍ରତିନିଧି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ନେଇ ସଂଜୀବ ଟ୍ୱିଟ୍ କରି ଜଣାଇଛନ୍ତି। ଆଜି ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
Today my covid test done and test results got posetive.i am requesting all those who are in my contact please do covid test and obey the covid posetive guide line.@CMO_Odisha @DM_Bhadrak @gyana_r_das @Odisha4Naveen
— SANJIB MALLICK (@Sanjibkumallick) August 21, 2020
ଏହା ପୂର୍ବରୁ ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍ ଯୋଗେ ନିଜେ ବିଧାୟକ ଏହି ସୂଚନା ଦେଇଥିଲେ। ରିପୋର୍ଟ ପଜିଟିଭ ପରେ ହୋମ୍ କ୍ୱାରେଣ୍ଟିନରେ ଥିବା ବିଧାୟକ କହିଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟ୍ୱିଟ୍ କରି ସୂଚନା ଦେଇଥିଲେ।