କେମିତି ପୁରୀ ଯାଇଥିଲେ ନିଲମ୍ବିତ ଆଇଆଇସି ? ମିଳିଲା ଏମିତି ଚାଞ୍ଚଲ୍ୟକର ତଥ୍ୟ

ଯାଜପୁର: ଲକ୍ ଡାଉନ କଟକଣା ଭାଙ୍ଗି ବଡ଼ଚଣା IIC ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି। ନିଲମ୍ବିତ ଆଇଆଇସି କିପରି ଶ୍ରୀମନ୍ଦିର ଯାଇଥିଲେ ସେ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ।

ନିଲମ୍ବିତ ଆଇଆଇସି ଯେଉଁ ଗାଡ଼ିରେ ପୁରୀ ଯାଇଥିଲେ ତାହା ଥିଲା ଏକ ଚୋରି ଗାଡ଼ି । IIC ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ କରଯାଇଥିଲା। ଗାଡ଼ିର  ମାଲିକ ସୁକାନ୍ତ ଦଳେଇଙ୍କ ଠାରୁ କିଛି ଦୁର୍ବୃତ୍ତ ଗାଡ଼ି ଛଡ଼ାଇ ନେଇଥିବା ସେ ବଡ଼ଚଣା ଥାନାରେ ମାର୍ଚ୍ଚ ୨୧ରେ ଏତଲା ଦେଇଥିଲେ ।

କାଲି ଗାଡ଼ିଟି ପୁରୀରେ ଧରାପଡ଼ିବା ପରେ ଏହି ଗୁମର ଖୋଲିଛି । ସେପଟେ କଟକଣା ନିୟମ ଉଲ୍ଲଂଘନ କରି ମନ୍ଦିରକୁ ପ୍ରବେଶ କରିଥିବା ବଡ଼ଚଣା ଆଇଆଇସିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଜପୁର ଏସ୍‌ପିଙ୍କୁ କୁହାଯାଇଥିବା କହିଛନ୍ତି ପୁରୀ ଏସ୍‌ପି।  ଏହା ସହ ଯେଉଁ ପୂଜାପଣ୍ଡା ସେବାୟତ ମନ୍ଦିର ଭିତରକୁ ଯିବାକୁ ସହଯୋଗ କରିଥିଲେ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସ୍‌ପି।

ସୂଚନାଥାଉ କି, ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଯାଇଥିବାରୁ ଆଇଆଇସି ଦୀପକ ଜେନାଙ୍କୁ ଆଜି ପୁଲିସ ଡିଜି ନିଲମ୍ବିତ କରିଛନ୍ତି।

You might also like