ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି

ଅନୁଗୁଳ ଓ ତାଳଚେରରେ ତାପମାତ୍ରା ବୃଦ୍ଧି

ଅନୁଗୁଳ( ବିରଜା ଦାସ୍‌) : ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ ୨-୩ ଦିନ ହେଲା ରାଜ୍ୟରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହୁଥିବାବେଳେ ଅନୁଗୁଳ ଏବଂ ତାଳଚେରରେ ବି ଗଲା କିଛିଦିନ ହେଲା ତାପମାତ୍ରା ବୃଦ୍ଧି ପାଇଛି।

ସର୍ବୋଚ୍ଚ ତାପମାତ୍ରା ୨ଟି ସହରରେ ୪୦ଡ଼ିଗ୍ରୀ ଏବଂ ତଦୁର୍ଦ୍ଧ ରହୁଥିବାବେଳେ ,ନାହିଁ ନଥିବା ଗୁଳୁଗୁଳି ଏବଂ ଅସହ୍ୟ ଗରମ ଲୋକଙ୍କ ଜୀବନକୁ ଅସହ୍ୟ କରିପକାଉଛି। ଜରୁରୀ କାମ ନଥିଲେ ଦିନବେଳା ଲୋକେ ପ୍ରାୟ ଘରୁ ଗୋଡ କାଢୁନଥିବା ଦେଖିବାକୁ ମିଳିଛି। ଓଦା ଗାମୁଛା, କଳା ଚଷମା, ଟୋପି ସହ ଆଖୁ ରସ, ଲସି ସର୍ବତ ଉପରେ ଲୋକେ ଅଧିକ ନିର୍ଭର କରୁଥିବା ଦେଖିବାକୁ ମିଳିଛି।

You might also like