• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଧୀରେ ଧୀରେ କୋଭିଡ୍ ସଂକ୍ରମଣର ହଟ୍‌ସ୍ପଟ୍ ପାଲଟୁଛି ହସ୍ପିଟାଲ୍। ରୋଗୀ, ଡାକ୍ତର, ନର୍ସ ଏବଂ କର୍ମଚାରୀ, କେହି ବି ବାଦ୍ ପଡୁନାହାନ୍ତି କରୋନା ମହାମାରୀର ଦାଉରୁ। ତାହାରି ଭିତରେ ଚିନ୍ତା ବଢ଼ାଇଲାଣି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ। ଯେଉଁଠି କର୍କଟ ରୋଗର ନିରାକରଣ କରାଯାଏ, ସେଠି ଏବେ ହାଉଜାଉ କରୋନା ସଂକ୍ରମଣ।

ଜୁନ୍ ୨୪ରେ ପ୍ରଥମ ଥର ପାଇଁ ଚିକିତ୍ସାଧିନ ଜଣେ ରୋଗୀ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଜୁନ୍ ୨୮ରେ ୨ ଜଣ ନର୍ସ, ପରେ ପରେ ଏହି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଁ ଅନ୍ୟ ରୋଗୀ, ନର୍ସ ଏବଂ କର୍ମଚାରୀଙ୍କୁ ମିଶାଇ ୧୦୭ ଜଣଙ୍କ ଦେହରେ ପଶିଲାଣି ଏହି ମାରାତ୍ମକ ଭୂତାଣୁ। ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏପରିକି ଗତକାଲି ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା ଉପୁଜିଥିଲା। ସେହିପରି ରାଜ୍ୟର ସବୁଠୁ ବଡ଼ ହସ୍ପିଟାଲ୍ ଏସ୍‌ସିବିରେ ବର୍ତ୍ତମାନ ସୁଦ୍ଧା ଜଣେ ଡାକ୍ତର, ଜଣେ ସିକ୍ୟୁରିଟି ଗାର୍ଡ ଏବଂ ୨୦ ଚିକିତ୍ସାଧିନ ରୋଗୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହେଲେଣି କରୋନାରେ। ସଂକ୍ରମଣ ବଢ଼ିବା ଆଶଙ୍କାରେ ଆଜି ଏସ୍‌ସିବି ପରିସରକୁ ସାନିଟାଇଜ୍ କରାଯାଇଛି। ା

କେବଳ ଆଚାର୍ଯ୍ୟ ହରିହର କି ଏସ୍‌ସିବି ମେଡ଼ିକାଲ୍ ନୁହେଁ, ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍-IGHରେ ଜଣଙ୍କ ମୃତ୍ୟୁ ପରେ ୩ ଡାକ୍ତର ଏବଂ କିଛି ସହଯୋଗୀଙ୍କୁ ୧୪ ଦିନିଆ ହୋମ କ୍ୱାରେଣ୍ଟିନ୍‌କୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏମ୍‌ରେସିଜି ମେଡିକାଲ୍ କଲେଜ୍‌ରେ ମଧ୍ୟ ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଏଥିପାଇଁ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।

ସେହିପରି ଭୁବନେଶ୍ୱର ଏମ୍ସରେ ମଧ୍ୟ ଆଗରୁ ୮ ଜଣ ଡାକ୍ତର ସଂକ୍ରମିତ ହୋଇଥିବାବେଳେ IPDରେ ୧୧ ଜଣ ରୋଗୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କହିଛନ୍ତି ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବି.। ଅପରପକ୍ଷେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କୁ ଏକ ଚିଠି ଲେଖି ଏମ୍ସରେ ଆକ୍ରାନ୍ତ ହୋଇଥିବା ସଂକ୍ରମିତଙ୍କୁ ରାଜ୍ୟସ୍ତରୀୟ କୋଭିଡ୍ ହସ୍ପିଟାଲ୍‌କୁ ନପଠାଇ ଏମ୍ସରେ ହିଁ ଚିକିତ୍ସା କରାଯାଉ ବୋଲି କହିଛନ୍ତି।

ଘରୋଇ ହସ୍ପିଟାଲ୍‌ଗୁଡ଼ିକରେ ବି ଧସେଇ ପଶିଛି କରୋନା। ପୂର୍ବରୁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବ୍ଲୁ ହୁଇଲ୍ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ହସ୍‌ପିଟାଲ୍‌ ସିଲ୍ କରାଯାଇଥିଲା। ଆଜି ପୁଣି ରାଜଧାନୀର ଅନ୍ୟ ୨ଟି ଘରୋଇ ହସ୍ପିଟାଲରୁ ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

More-health-worker-found-covid-positive-in-odishas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories