୨୯ ଜିଲ୍ଲାକୁ ବ୍ୟାପିଲା କରୋନା, ଆଜି ପୁଣି ୭୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା।

ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। କଟକର ସର୍ବାଧିକ ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ବଲାଙ୍ଗୀରରୁ ୧୪, କେନ୍ଦୁଝରରେ ୮, କନ୍ଧମାଳରେ ୭, ଗଞ୍ଜାମରେ ୫, କେନ୍ଦ୍ରାପଡାରୁ ୬, ନୟାଗଡ ଓ ଢେଙ୍କାନାଳରୁ ୩ ଜଣ ଲେଖାଏ, ବାଲେଶ୍ୱର, ଖୋର୍ଦ୍ଧାରୁ ପୁରୀରୁ ୪ ଜଣ ଲେଖାଏ,  ଯାଜପୁରରୁ ୨, ଅନୁଗୁଳ, ଝାରସୁଗୁଡା, ସୋନପୁରରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୪୯ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କର ମତ୍ୟୁ ଘଟିଛି।

You might also like