• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି।  ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୧ ଅଗ୍ନିଶମ କର୍ମଚାରୀ। ସେମାନେ ଅମ୍ଫାନ ଡ୍ୟୁଟିରେ ପଶ୍ଚିମ ବଙ୍ଗ ଯାଇ ଫେରିଥିଲେ।

ଏଥି ସହିତ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ଗଜପତିରୁ ସର୍ବାଧିକ ୫୭ ଥିବା ସୂଚନା ମିଳିଛି। ଏହାବ୍ୟତୀତ ମୟୂରଭଞ୍ଜ, ସୁନ୍ଦରଗଡର ୫ଜଣ ଲେଖାଏ, ଖୋର୍ଦ୍ଧାର ୨୫, କଟକରୁ ୩, ଜଗତ୍‌ସିଂହପୁର, କନ୍ଧମାଳରୁ ୭ଜଣ ଲେଖାଏ,  ଝାରସୁଗୁଡା, କେନ୍ଦ୍ରାପଡାରୁ ଜଣେ ଲେଖାଏ, ବାଲେଶ୍ୱରରୁ ୬, ନୂଆପଡାରୁ ୪, ବରଗଡରୁ ୧୧, ପୁରୀରୁ ୧୮, ବଲାଙ୍ଗୀରରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ମାତ୍ର ଜଣେ। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୯୭୪ ସୁସ୍ଥ ହୋଇଛନ୍ତି । ୧୩୫୦ ଚିକିତ୍ସାଧୀନ ଅଛନ୍ତି। 

More-corona-positive-found-in-odisha-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories