ପୁଣି ୬୭ କରୋନା ରୋଗୀ ଚିହ୍ନଟ, ୧୬୬୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ ପୁଣି ୬୭ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ  କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୨ ଜଣ ଲୋକାଲ କେସ୍। ଏଥସହିତ ମୋଟ ଆକ୍ଟିଭ କେସ ୮୪୧ ହୋଇଥିବାବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୭ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଛି।

ଆଜି ୧୦ଟି  ଜିଲ୍ଲାରୁ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୨୬ ଜଣ। ଏଥିସହିତ  ଯାଜପୁର ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାରୁ ୭, ସୋନପୁରରୁ ୪,
ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ୨ ଲେଖାଏଁ ଏବଂ କେନ୍ଦୁଝର ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like