ମୋଟ ୫୭ ଜଣଙ୍କୁ ମେଡାଲ ପ୍ରଦାନ କଲେ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ପୁଲିସ ମେଡାଲ। ମୋଟ ୫୭ ଜଣଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ମେଡାଲ ପ୍ରଦାନ କରିଛନ୍ତି। କୋରାପୁଟ ଓ କଳାହାଣ୍ଡିରେ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ ପାଇଁ ୧୧ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି।

ସେହିପରି ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ନିମନ୍ତେ ୧୮ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୪ ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯାଇଛି। ଯେଉଁଥିରେ ତିନିଜଣ ଆଇପିଏସ୍‌ – ଆଇଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଆଇଜି ଆଇନଶୃଙ୍ଖଳା ଅମିତାଭ ଠାକୁର ଓ ଭିଜିଲାନସ ଏସ୍‌ପି ସୁଧା ସିଂହ ଅଛନ୍ତି।

ଅଗ୍ନିଶମ କ୍ଷେତ୍ରରେ ବିଶିଷ୍ଟ ଓ ଉଲ୍ଲେଖନୀୟ ସେବାପାଇଁ ୬ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପଦକ ଗୃହରକ୍ଷୀ ଓ ବେସାମିରିକ କ୍ଷେତ୍ରରେ ଉଲ୍ଲେଖନୀୟ ସେବାପାଇଁ ୪ଜଣଙ୍କୁ ପଦକ ଦିଆଯାଇଛି। ଜେଲ ବିଭାଗରେ ୪ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

You might also like