ଓଡ଼ିଶାରେ ଆଉ ୪ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ପନ ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଓଡ଼ିଶାକୁ ଆଉ ୪ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି।  ପୂର୍ବରୁ ରାଜ୍ୟରେ ୧୬ଟି ଏନଡିଆରଏଫ୍ ଟିମ୍ ଥିବା ବେଳେ ଆଜି ସକାଳୁ ଆଉ ୪ଟି ଟିମ୍ ପହଞ୍ଚିଛନ୍ତି ବୋଲି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।

ଏଥିସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଓ ପଶ୍ଚିମବଂଗରେ ୩ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏନଡିଆରଏଏଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଏନଡିଆରଏଫ୍ ଡିଜି କହିଛନ୍ତି।

You might also like