ରାଜ୍ୟରେ ପୁଣି ୧୦୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର ହୋଇଥିବାବେଳେ ୫ ଜଣ ବାହାରର। ଏମାନଙ୍କ ମଧ୍ୟରେ ଯାଜପୁରର ୩୧ ଜଣ ଆକ୍ରାନ୍ତ ଥିବାବେଳେ  ଜଗତସିଂହପୁର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, ଖୋର୍ଦ୍ଧାର ୪, ପୁରୀର ୪, ଅନୁଗୁଳ ୨, ବାଲେଶ୍ୱରର ୨
ସମ୍ବଲପୁରରୁ ୨ ଓ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଅଛନ୍ତି।

ତେବେ ଆଶ୍ୱସ୍ତିର ଖବର, ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଅନ୍ୟପକ୍ଷେ ଗତକାଲି ସକାଳେ ଜଗତ୍‌ସିଂହପୁରକୁ ଗତକାଲି ସକାଳେ କରୋନା ମୁକ୍ତ ସହର ଘୋଷଣା କରାଯାଇଥିବାବେଳେ ସନ୍ଧ୍ୟାରେ ଏହି ଜିଲ୍ଲାରୁ  ୨୦ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଏହି ଜିଲ୍ଲାରୁ ପୁଣି ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

 ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୨୦ ପଜିଟିଭ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ।  ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ ଜଣେ । ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଥିଲେ।

You might also like